୩ ମାସ ମଧ୍ୟରେ ଓଡିଶା ଆସିବେ ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି

ଭୁବନେଶ୍ୱର- ୩ ମାସ ମଧ୍ୟରେ ଓଡିଶା ଆସିବେ ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । କଡାକଡି ଭାବେ ନୂଆ ଟ୍ରାଫିକ ଆଇନ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣାପ୍ରବଣ ଅଂଚଳକୁ ସୁପ୍ରିମକୋର୍ଟ କମିଟି ପରିଦର୍ଶନ କରିବେ । ନୂଆ ବ୍ଲାକସ୍ପଟ୍ ବି ଚିହ୍ନଟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଦ୍ୱିତୀୟ ହେଲମେଟ୍ ନ ଥିଲେ ଲିଫ୍ଟ ନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଭୁଲ ସାଇଡରେ ଗାଡି ଚଳାଚଳକୁ ଯାଂଚ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

Comments are closed.