ଆଜି ରମାଦେବୀ ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ, ୪ଟି ଅଟ୍ଟାଳିକାର ଲୋକାର୍ପଣ କରିବେ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରମାଦେବୀ ବିଶ୍ୱବିଦ୍ୟାଳୟ ଯିବେ । ବିଶ୍ୱବିଦ୍ୟାଳୟର ୪ଟି ନୂଆ ଅଟ୍ଟାଳିକାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପ୍ରାୟ ୧୫ ମିନିଟ ରହିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରହଣୀ ବେଳେ ଛୋଟ ସାଧାରଣ ସଭା କରାଯିବ । କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ ପାଠାଗାର ସହ କଳା ଓ ବିଜ୍ଞାନ ବ୍ଲକ, ଗବେଷଣାରତ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଲୋକାର୍ପଣ କରାଯିବ । ତିନିଟି ଅଟ୍ଟାଳିକା ରୁସା ପାଣ୍ଠିରେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମିତ ହୋଇଛି ।

Comments are closed.