ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୨୦୧୯ – ୨୦ ନବମ ଶ୍ରେଣୀର ଓଡ଼ିଆ ମାଧ୍ୟମ ସମସ୍ତ ଛାତ୍ରଛାତ୍ରୀ ୨୦୨୧ ମଇ ମାସରେ ମାଟ୍ରିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ

ଭୁବନେଶ୍ଵର: ୨୦୧୯ – ୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମଇ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏହା ସବୁ ଓଡିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ ।

ସୂଚନାଯୋଗ୍ୟ ଯେ କୋଭିଡ ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିଲା । ପରବର୍ତ୍ତୀ ସମୟରେ ୨୦୨୧ ଜାନୁଆରୀରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ କୋଭିଡ ନିୟମାବଳୀ ପାଳନ କରି ସ୍କୁଲ ଖୋଲାଯାଇଛି । ତଥାପି ପିଲାମାନଙ୍କର ମାନସିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପିଲାମାନଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ doubt clear ପାଇଁ ସ୍ବତନ୍ତ୍ର କ୍ଲାସ ମଧ୍ୟ ବିଦ୍ୟାଳୟ ସ୍ତରରେ କରାଯିବ । ସେହିପରି ୨୦୧୯ – ୨୦ ଶିକ୍ଷା ବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୧ ମଇ ମାସରେ ଯୁକ୍ତ ଦୁଇ ପରୀକ୍ଷା ଦେଇପାରିବେ ।

Comments are closed.