କୋଟିଆ ମାମଲା : ଓଡିଶାର ଆବେଦନ ଉପରେ ଆନ୍ଧ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ, ୧୯ରେ ପୁଣି ଶୁଣାଣି

ନୂଆଦିଲ୍ଲୀ – କୋଟିଆରେ ଆନ୍ଧ୍ର ପ୍ରଦେଶର ପଂଚାୟତ ନିର୍ବାଚନ ବିରୋଧରେ ଓଡିଶା ସରକାରଙ୍କ ଅଦାଲତ ଅବମାନନା ପିଟିସନ ଉପରେ ସୁପ୍ରିମକୋର୍ଟ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି । କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି କୋର୍ଟ । ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୧୯ ତାରିଖକୁ ଘୁଂଚାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

କୋଟିଆରେ ଯଥାସ୍ଥିତି ବଜାୟ ରଖିବା ପାଇଁ ୧୯୬୮ ଓ ୨୦୦୬ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ସେହି ନିର୍ଦ୍ଦେଶ ନ ମାନି ଆନ୍ଧ୍ର ସରକାର କୋଟିଆକୁ ନିଜ ଅଂଚଳ ବୋଲି ଦାବି କରି ସେଠାରେ ପଂଚାୟତ ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ହେଉଥିବାରୁ କଡା ଆପତ୍ତି ପ୍ରକାଶ କରିଥିଲେ ଓଡିଶା ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ରାଜ୍ୟ ସରକାର ।

Comments are closed.