ସୁନ୍ଦରଗଡ ଗସ୍ତ ପୂର୍ବରୁ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍

ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ୨ ଗୁଣ: ଆଂଚଳିକ ବୈଷମ୍ୟ ଦୂର ଲକ୍ଷ୍ୟ

ସମ୍ବଲପୁର: ପଶ୍ଚିମ ଓଡିଶା ପ୍ରତି ନବୀନ ପୁଣି ଥରେ ତାଙ୍କ ଆନ୍ତରିକତାର ପ୍ରମାଣ ଦେଇଛନ୍ତି । ଦୀର୍ଘ ଦିନରୁ ହୋଇଆସୁଥିବା ଡବ୍ଲୁଓଡିସି ଅନୁଦାନ ରାଶିକୁ ୨ଗୁଣ କରିଛନ୍ତି । ସୁନ୍ଦରଗଡ ଗସ୍ତର ଅବ୍ୟବହିତ ପୂର୍ବରୁ ନବୀନଙ୍କ ଏହି ଷ୍ଟ୍ରାଟେଜି ବିରୋଧୀଙ୍କୁ ବାକଶୂନ୍ୟ କରି ଦେଇଛି ।

୧୯୯୯ ମସିହାରେ ମାତ୍ର ୩ କୋଟି ଟଂକା ଅନୁଦାନକୁ ନେଇ ଗଠିତ ହୋଇଥିଲା ଏହି ପରିଷଦ । ହେଲେ ନବୀନ ସରକାରଙ୍କ ଏହି ୨ ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ଏହା ୨ ଶହ କୋଟିକୁ ବ୍ରୁଦ୍ଧି ପାଇଛି । ଗତ କିଛି ବର୍ଷ ହେବ ଏହା ୧୦୦ କୋଟିରେ ପହଂଚିଥିବା ବେଳେ ଆଜି ଏହାକୁ ୨ ଶହ କୋଟି ପର୍ଯ୍ୟନ୍ତ ବ୍ରୁଦ୍ଧି କରିଛନ୍ତି ସରକାର ।

ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ ଏହି ପରିଷଦ ଅଧୀନରେ ରହି ଆସିଛି । ଭିତ୍ତିଭୂମି ବିକାଶରେ ଏହା ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଆସିଛି । ଗମନାଗମନ, ଶିଖ୍ୟା, ପାନୀୟଜଳ, ଜଳସେଚନ ଆଦି ଦିଗରେ ପରିଷଦର ଭୂମିକା ଉଲ୍ଲେଖନୀୟ ରହିଆସିଛି । ତେବେ ଏହାର ଅନୁଦାନ ରାଶି ବ୍ରୁଦ୍ଧି ସକାଶେ ସବୁ ବେଳେ ଦାବି ହୋଇଆସିଛି ।

ହେଲେ ବର୍ତମାନ ଲୋୟର ସୁକତେଲ ଏବଂ ବିଜୁ ଏକ୍ସପ୍ରେସ୍ ପରି ପ୍ରକଳ୍ପ ପଶ୍ଚିମ ଓଡିଶାର ବିକାଶରେ ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ କରି ୪୯୧୫ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଡବ୍ଲୁଓଡିସିର ଅନୁଦାନ ରାଶି ୨ ଗୁଣ କରିବା ଦ୍ବାରା ନବୀନ ବିରୋଧୀଙ୍କୁ ସମାଲୋଚନାର ସୁଯୋଗ ବି ଦେଇନାହାନ୍ତି ।

ସେପଟେ ଆଜି ଏନେଇ ହୋଇଥିବା ସମୀଖ୍ୟା ବୈଠକରେ କ୍ରୁଷି, ମତ୍ସ୍ୟ ପଶୁପାଳନ, ଉଦ୍ୟାନ କ୍ରୁଷି, ସମେତ ଫୁଲ ଚାଷକୁ ଗୁରୁତ୍ବ ଦେବାକୁ ସ୍ଥିର ହୋଇଛି । ସେହିପରି ଜିଲ୍ଲାଓ୍ବାରୀ ଥିବା ସୁଯୋଗ ଓ ସମ୍ଭାବନାକୁ ଆଧାର କରି ଯୋଜନା ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥୀ ହେଉଛି ଯେ ପରିଷଦର ଅଫିସ ଆଠମଲ୍ଲିକ ସମେତ ସବୁ ଜିଲ୍ଲାରେ ଅଫିସ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ବିରୋଧୀଙ୍କୁ ଶକ୍ତ ଝଟକା ଦେଇଛି ।

Comments are closed.