ଶ୍ରୀକ୍ଷେତ୍ରରେ ଅନୁକୂଳ ହେଲା ରଥକାଠ

ପୁରୀ- ଆଜି ପବିତ୍ର ବସନ୍ତ ପଂଚମୀରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି । ନୀତି ପରମ୍ପରା ଅନୁସାରେ ଶ୍ରୀମନ୍ଦିର ସମ୍ମୁଖ ରଥକଳାରେ ୩ଟି ଧଉରା କାଠକୁ ରାଜ ପୁରୋହିତ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର , ଜିଲ୍ଲାପାଳ ଓ ସେବାୟତ ଉପସ୍ଥିତ ଥିଲେ । ପବିତ୍ର ସରସ୍ୱତୀ ପୂଜାର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ହେବା ପରମ୍ପରା ରହିଆସିଛି । ୩ଟି ରଥର ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ବ୍ୟବହାର କରାଯିବ ।

Comments are closed.