ଇଣ୍ଡିଆନ ଗ୍ରାଁପ୍ରିରେ ପଦକ ହାସଲ ପାଇଁ ଦୂତି ଓ ଅମୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଇଣ୍ଡିଆନ ଗ୍ରାଁ.ପ୍ରି ଆଥଲେଟିକ୍ସରେ ଧାବିକା ଦୂତିଚାନ୍ଦ ଓ ଧାବକ ଅମୀୟ କୁମାର ମଲ୍ଲିକ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦୂତିଚାନ୍ଦ ମହିଳା ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଓ ଅମୀୟ ପୁରୁଷ ୧୦୦ ମିଟରେ ରୌପ୍ୟ ପଦକ ଜିତିଥିଲେ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଦୁଇ ଆଥଲେଟଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି ।

Comments are closed.