୯୫ ପ୍ରତିଶତରୁ ଅଧିକ ଭାଗରେ ଜଙ୍ଗଲ ନିଆଁ ନିୟନ୍ତ୍ରଣାଧୀନ : ଟାସ୍କଫୋର୍ସ

ଭୁବନେଶ୍ୱର- ରାଜ୍ୟରେ ଜଙ୍ଗଲ ନିଆଁ ସଂପର୍କରେ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ, ୯୫ ପ୍ରତିଶତ ଭାଗରୁ ଅଧିକ ଫାୟର ପଏଂଟରେ ନିଆଁ ନିୟନ୍ତ୍ରଣ କରାଯାଇପାରିଛି ।

ଗତ୨୪ ଘଂଟା ମଧ୍ୟରେ ଫାୟର ପଏଂଟ ସଂଖ୍ୟା ୬ ହଜାର ୨୫୮ରୁ ୩ ହଜାର ୨୮୫କୁ ହ୍ରାସ ହୋଇଛି । ରାଜ୍ୟରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ୧୦୦ଟି ଟିମ୍ ନିୟୋଜିତ ହୋଇଛନ୍ତି । ଜଙ୍ଗଲ ନିଆଁ ନେଇ ସୃଷ୍ଟି ହୋଇଥିବା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

Comments are closed.