ନୂଆପଡା ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍‌, କହିଲେ ଲୋକଙ୍କୁ ଭେଟିବା ନେଇ ସେ ଉତ୍ସାହିତ

ଭୁବନେଶ୍ୱର -ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରିବେ । ନୂଆପଡା ଗସ୍ତ ନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାବାସୀଙ୍କୁ ଭେଟିବା ନେଇ ସେ ଉତ୍ସାହିତ ଅଛନ୍ତି । ସେ ଲୋକାର୍ପଣ ଓ ଶିଳାନ୍ୟାସ କରିବାକୁ ଥିବା ପ୍ରକଳ୍ପଗୁଡିକ ଜିଲ୍ଲାର ପ୍ରଗତିଧାରାକୁ ତ୍ୱାରନ୍ୱିତ କରିବା ସହ ନୂଆପଡାବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତିରେ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.