ଓଡିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ଯୋଜନା ଜରିଆରେ ଉଚ୍ଚଶିକ୍ଷାରେ ଉତ୍କର୍ଷତା ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ଓଡିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଜରିଆରେ ଉଚ୍ଚଶିକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ଓଡିଶାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରରରେ ପହଂଚାଇବା ପାଇଁ ଯୋଜନା ହୋଇଛି । ଏହି ଭଳି ଏକ ଉଦ୍ୟମ ମାଧ୍ୟମରେ ଗବେଷଣାଜନିତ ବ୍ୟବଧାନ ହ୍ରାସ ହୋଇଛି । ପୂର୍ଣ୍ଣକାଳୀନ ଗବେଷଣାରତ ପିଲାଙ୍କୁ ପିଏଚଡି ପାଇଁ ଫେଲୋସିପ ପ୍ରଦାନ କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ୩୫ଟି ବିଷୟରେ ଏହି ଫେଲୋସିପ ଦିଆଯାଉଛି । ପ୍ରତି ବିଷୟରେ ୫ଟି ଫେଲୋସିପ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି ।

Comments are closed.