ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ କଲେ ନବୀନ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମୁଖୀନ ହେବାକୁ ପଡିଛି । ଏହି ମହାମାରୀ ଯୋଗୁ ଲକଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ୱ ବିଦ୍ୟାଳୟ , ଇଞ୍ଜିନିଅରିଂ କଲେଜ ଓ ପଲିଟେକ୍ନିକ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଛାତ୍ର ଛାତ୍ରୀ ମାନେ ଏହି ସମୟରେ ହଷ୍ଟେଲ ସୁବିଧା ର ଉପଯୋଗ କରି ନଥିଲେ । ତେଣୁ ରାଜ୍ୟ ସରକାର ସହୃଦୟତାର ସହିତ ବିଚାର କରି ଏହି ଅନୁଷ୍ଠାନ ମାନଙ୍କରେ ଅଧୟନରତ ୧୭୦୧୨ ଛାତ୍ର ଛାତ୍ରୀ ମାନଙ୍କର ହଷ୍ଟେଲ ଫିସ ଆନୁମାନିକ ୫ କୋଟି ୧୦ ଲକ୍ଷ ଟଙ୍କା ଛାଡ କରିବା ପାଇଁ ନୀତିଗତ ନିଷ୍ପତି ନେଇଛନ୍ତି ।

Comments are closed.