ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ, ଓଡିଶାର ୩୦ ହଜାରରୁ ଅଧିକ କର୍ମଚାରୀ ସାମିଲ

ଭୁବନେଶ୍ୱର- ବ୍ୟାଙ୍କ ଘରୋଇକରଣ ପ୍ରତିବାଦରେ ଆଜିଠାରୁ ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନର ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି । ଧର୍ମଘଟକୁ ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ସମର୍ଥନ କରିଛନ୍ତି । ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଓଡିଶାର ୫ ହଜାର ୫୦୦ ବ୍ୟାଙ୍କ ଶାଖାର ୩୦ ହଜାରରୁ ଅଧିକ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି ।

Comments are closed.