ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିଜେଡିର କଡା ସମାଲୋଚନା | News Room Odisha

ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିଜେଡିର କଡା ସମାଲୋଚନା

ଭୁବନେଶ୍ୱର-ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ କଡା ସମାଲୋଚନା କରିଛି ବିଜେଡି । ବିଜେଡି ନେତା ଅତନୁ ସବ୍ୟସାଚୀ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରେସମିଟ୍ କରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମର ଔଚିତ୍ୟକୁ ପ୍ରଶ୍ନ କରିଛନ୍ତି ।

ବିଧାୟକ ଗୃହର ଗରିମା ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ବୋଲି ବିଜେଡି ନେତାମାନେ କହିଛନ୍ତି । ବିଧାୟକ ସୁବାସଙ୍କର ଏହା ନିଜସ୍ୱ ନିଷ୍ପତ୍ତି ନା ଦଳୀୟ ନିଷ୍ପତ୍ତି ଥିଲା ବୋଲି ପ୍ରଶ୍ନ କରିଛି ବିଜେଡି । ସାନିଟାଇଜର ପିଇ ବିଜେପି ବିଧାୟକ କି ବାର୍ତ୍ତା ଦେବାକୁ ଚାହୁଁଥିଲେ ବୋଲି ପ୍ରଶ୍ନ କରିଛି ଶାସକ ଦଳ । ଏ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ନେଇ ଦଳ ସ୍ପଷ୍ଟୀକରଣ ଦାବି କରିଛି ।

BJDBJPOdisha Assembly