ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୬ ବର୍ଷ ପରେ ବି ଆଇଜିଏଚ ହେଲା ନାହିଁ ମେଡିକାଲ କଲେଜ, ଧର୍ମେନ୍ଦ୍ରକୁ ଚିଠି ଲେଖିଲେ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର- ରାଉରକେଲାର ଇସ୍ପାତ ଜେନେରାଲ ହସପିଟାଲ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଆଇଜିଚକୁ ମେଜିକାଲ କଲେଜ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଇଜିଏଚକୁ ମେଡିକାଲ କଲେଜ କରିବାକୁ ୨୦୧୫ ମସିହା ଏପ୍ରିଲ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ।

ମୋଦିଙ୍କ ଘୋଷଣାର ୬ ବର୍ଷ ପରେ ବି ଆଇଜିଏଚ୍ ମେଡିକାଲ କଲେଜରେ ପରିଣତ ହୋଇନାହିଁ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦ୍ର ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଆଇଜିଏଚକୁ ୨୦୦ ଶଯ୍ୟାର ମେଡିକାଲରେ ସୀମିତ ରଖିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

Comments are closed.