ଯାଆଁଳା ଫାଣ୍ଡିରୁ କାରରୁ କଙ୍କାଳ ଜବତ ଘଟଣାରେ ବେଙ୍ଗଳୁରୁରୁ ଆସିଲା ସ୍କେଚ୍

ଭୁବନେଶ୍ୱର – ଯାଆଁଳା ଫାଣ୍ଡିରେ କାର୍‌ରୁ କଙ୍କାଳ ଜବତ ଘଟଣାରେ ବେଙ୍ଗଳୁରୁରୁ ଆସିଲା ନରକଙ୍କାଳର ସ୍କେଚ୍ । ସର୍ବସାଧାରଣରେ ଏହି ସ୍କେଚ୍ ଲଗାଯିବ । ମହିଳାଙ୍କ ପରିଚୟ ଓ ମୃତ୍ୟୁର ପଦ୍ଧତି ଜାଣିବାକୁ ପୋଲିସ ଉଦ୍ୟମ କରୁଛି ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ଯେ, ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ ମଧ୍ୟରେ ହେବ । ଡାହାଣ ହାତରେ ସେ ୪ଟି ଚୁଡି ପିନ୍ଧିଥିଲେ ହାତନଖଗୁଡିକ ବଡ ଥିଲା । ଗତମାସ ୧୨ ତାରିଖରେ ମହିଳାଙ୍କ ମୃତଦେହ ଜବତ ହୋଇଥିଲା ।

Comments are closed.