ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ବେଶ୍ ଅଗ୍ରଗତି କରିଛି ଓଡିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମହାମାରୀ ସମୟରେ ବି ଓଡିଶା ପୁଞ୍ଜି ନିବେଶର ପ୍ରକୃଷ୍ଟ ସ୍ଥଳ ରହିଛି । ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଓଡିଶା ଗତ କିଛି ବର୍ଷରେ ଦ୍ରୁତ ଉନ୍ନତି କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଦୈନିକ ଧରିତ୍ରୀ ଓ ଓଡିଶା ପୋଷ୍ଟ ତରଫରୁ ଆୟୋଜିତ ‘ବିଜନେସ ଏମିନେନ୍ସ’ ପୁରସ୍କାର ଉତ୍ସବକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ କାର୍ଯ୍ୟକାରୀ ଶିଳ୍ପ ନୀତି ଓ ଉତ୍ସର୍ଗୀକୃତ ଟିମ୍ ଓଡିଶା ଦ୍ୱାରା ରାଜ୍ୟରେ ଶୈଳ୍ପିକ ଇକୋ ସିଷ୍ଟମରେ ବ୍ୟାପକ ଉନ୍ନତି ହୋଇପାରିଛି । ମହାମାରୀ ସମୟରେ ବି ରାଜ୍ୟ ପ୍ରମୁଖ ପୁଂଜିନିବେଶ ସ୍ଥାନ ଭାବେ ନିଜର ସ୍ଥାନ ବଜାୟ ରଖିଛି । ଅର୍ଥନୀତିର ପୁନରୁଦ୍ଧାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅର୍ଥନୀତିରେ କୋଭିଡ-୧୯ର ପ୍ରଭାବ ପଡିଥିଲା । କଷ୍ଟକର ସମୟ ଦେଇ ଗତି କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ବହୁମୁଖୀ ଆଭିମୁଖ୍ୟ ସ୍ଥିତି ବଦଳାଇବାରେ ସଫଳ ହୋଇଛି ।

ଉଦ୍ୟୋଗୀମାନଙ୍କୁ ସହାୟତାର ହାତ ବଢାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିବା ନବୀନ କହିଛନ୍ତି । ନିକଟରେ ଏମଏସଏମଇ ସେକ୍ଟର ପାଇଁ ସେ ୨୮୯ କୋଟିର ସହାୟତା ପ୍ୟାକେଜ ଘୋଷମା କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଟୁରିଜିମ ବଜେଟ୍ ମଧ୍ୟ ଦୁଇଗୁଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର କିଛି ଆଇକନିକ ସ୍ଥାନରେ ବିଶ୍ୱସ୍ତରୀୟ ବ୍ୟବସ୍ଥା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.