୨୩ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜାଭିଏର ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର – ରାଜଧାନୀର ଜାଭିଏର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଂଟରେ ୨୩ ଜଣ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହାକୁ ସିଲ୍ କରିଛି ବିଏମସି । ପ୍ରତିଷ୍ଠାନ ଭିତରକୁ ପ୍ରବେଶ ବାରଣ କରାଯାଇଛି ।

ସେହିପରି ଅନୁଷ୍ଠାନ ଭିତରୁ କେହି ବାହାରକୁ ନ ଆସିବା ପାଇଁ କୁହାଯାଇଛି । ସବୁ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମସି ପକ୍ଷରୁ ପ୍ରତିଷ୍ଠାନର କର୍ମଚାରୀ ଓ ଆକ୍ରାନ୍ତମାନଙ୍କୁ ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏହାସହିତ ପ୍ରତିଷ୍ଠାନର ସବୁ କର୍ମଚାରୀ ଓ ଶିକ୍ଷକମାନଙ୍କ କୋଭିଡ ପରୀକ୍ଷା କରାଯିବ ବୋଲି ବିଏମସି କହିଛି ।

Comments are closed.