ସରକାରୀ ସ୍କୁଲ ପିଲାଙ୍କ ପାଇଁ ଇଂଜିନିଅରିଂ ଓ ମେଡିକାଲରେ ସଂରକ୍ଷଣକୁ ଓଷ୍ଟାର ସ୍ବାଗତ

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସବୁ ସରକାରୀ ସ୍କୁଲର ପୂର୍ବ ଗୌରବକୁ ଫେରାଇ ଆଣିବ- ଓଷ୍ଟା

ସମ୍ବଲପୁର: ଦିନକୁ ଦିନ ସରକାରୀ ସ୍କୁଲ ପ୍ରତି ଅଭିଭାବକଙ୍କ ବିମୁଖତା ଚିନ୍ତାର କାରଣ ହୋଇଥିଲା । ଏଥିପାଇଁ ଅନେକ କାରଣ ଦାୟୀ । ହେଲେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ଇଂଜିନିଅରିଂ ଓ ମେଡିକାଲ ପ୍ରବେଶିକାରେ ୧୫ ପ୍ରତିଶତ ସଂରକ୍ଷଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ଲଖ୍ୟ ଲଖ୍ୟ ଗରିବ ଅଭିଭାବକଙ୍କୁ ଆଶ୍ବସ୍ତ କରିଛି । ତେବେ ଏହି ନିଷ୍ପତ୍ତିକୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ସ୍ବାଗତ କରିଛି ।

ସଂଘର ସମ୍ବଲପୁର ଜିଲ୍ଲା ସାଧାରଣ ସଂପାଦକ ହରିନାରାୟଣ ପଣ୍ଡା ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କ୍ରୁତଜ୍ଞତା ଜଣାଇଛନ୍ତି । ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବଢୁଥିବା ବିମୁଖତାକୁ ଏହି ପଦଖେପ ଅନେକ ମାତ୍ରାରେ ରୋକିବ ବୋଲି ସେ କହିଛନ୍ତି । ପୁଣି ରାଜ୍ୟ ସରକାରଙ୍କ ଏହି ଲକ୍ଷକୁ ପୂରଣ ପାଇଁ ସବୁ ଶିକ୍ଷକ ପ୍ରାଣପଣେ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଛନ୍ତି । ସରକାରୀ ସ୍କୁଲରେ ଅଧିକାଂଶ ଗରିବ ଶ୍ରେଣୀର ପିଲା ପଢିଥାନ୍ତି । ହେଲେ ଏମାନେ ବିଭିନ୍ନ ପ୍ରବେଶିକା ପାଇଁ କୋଚିଂ କରିବାକୁ ଆର୍ଥିକ ଦ୍ରୁଷ୍ଟିରୁ ଅକ୍ଷମ ଅଟନ୍ତି ।

ପୁଣି ଗ୍ରାମାଞ୍ଚଳରେ ଏଥିପାଇଁ ଭିତ୍ତିଭୂମି ନାହିଁ! ତେଣୁ ବର୍ତମାନର ପଦଖେପ ଦ୍ବାରା ଗରିବ ଘରର ଛାତ୍ରଛାତ୍ରୀ ବି ଡାକ୍ତର ଓ ଇଂଜିନିଅର ହେବାର ସ୍ବପ୍ନ ଦେଖିପାରିବ ବୋଲି ଶ୍ରୀ ପଣ୍ଡା ନ୍ୟୁଜରୁମ୍ କୁ ତାଂକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦଖେପ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.