ରାଜ୍ୟରେ କୋରୋନା ସଂକ୍ରମଣର ଉପର ମୁହାଁ ଗତି ଜାରି, ଦିନକରେ ୨୧୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୨୧୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୨୬ ଓ ସ୍ଥାନୀୟ ଅଂଚଳରୁ ୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ବର୍ଷ ଗୋଟିଏ ଦିନରେ ରାଜ୍ୟରେ ଏହା କୋରୋନାର ସର୍ବାଧିକ ସଂକ୍ରମିତ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩, ସୁନ୍ଦରଗଡରୁ ୨୭, କଟକରୁ ୨୦, ବଲାଙ୍ଗିରରୁ ୨୦,ବରଗଡରୁ ୧୩, ବାଲେଶ୍ୱରରୁ ୧୧, ଢେଙ୍କାନାଳ, କୋରାପୁଟ ଓ ସମ୍ବଳପୁରରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପୁରୀରୁ ୫ ଓ ଗଞ୍ଜାମ ଜିଲ୍ଲାରୁ ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.