ଭିଜିଲାନ୍ସ ଜାଲରେ ତୁଳାପଡା ଆର ଆଇ

ନର୍ଲା: ଆଜି ଜଣେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ ଜମି ମ୍ୟୁଟେସନ କରେଇ ଦେବି କହି ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଲାପଡା ଆର ଆଇ ଥାବିର ଭୋଇ ଜଣେ ଚାଷୀଙ୍କୁ ଜମି ମ୍ୟୁଟେସନ କରିଦେବା କହି ୫ହଜାର ଟଙ୍କା ଅସ୍ଥାୟୀ କର୍ମଚାରୀ ଙ୍କ ମାଧ୍ୟମ ରେ ଲାଞ୍ଚ ନେବା ବେଳେ ଆର ଆଇ ଓ ସହଯୋଗୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତେବେ ଆର ଆଇ ଙ୍କ ନିଜ ଗାଁ କେସିଙ୍ଗା ବ୍ଲକ ଲଇତରା କୁ ଯାଇ ତଦନ୍ତ କ କରୁଛନ୍ତି । ଭିଜିଲାନ୍ସ ଲାଞ୍ଚୁଆ ତୁଲାପଡା ଆର ଆଇ କୁ ଥବିର ଭୋଇ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.