ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୨ ଘଣ୍ଟିଆ ଭାରତ ବନ୍ଦ, ଓଡିଶାର ବିଭିନ୍ନ ସ୍ଥାନରେ ପ୍ରଭାବ

ଭୁବନେଶ୍ୱର- ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୧୨ ଘଂଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ମୋଦି ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସଂଗଠନ ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ରାସ୍ତା ଅବରୋଧ ଓ ରେଳରୋକ କରାଯାଇଛି । ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ନାହିଁ । ଯାନବାହନ ଚଳାଚଳ କରୁନାହିଁ । ବନ୍ଦ ଡାକରା ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ କଡା ସୁରକ୍ଷା ଗ୍ରହଣ କରାଯାଇଛି ।

ସଂଧ୍ୟା ୬ଟା ଯାଏଁ ଗାଡି,ରେଳ ଦୋକାନବଜାର ବନ୍ଦ ପାଇଁ ମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅତ୍ୟାବଶ୍ୟକ ସେବାକୁ ଭାରତ ବନ୍ଦରୁ ବାଦ୍ ଦିଆଯାଇଛି । ବନ୍ଦକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ୩୦ ତାରିଖକୁ ଘୁଂଚାଯାଇଛି ।

Comments are closed.