କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଗକୁ ଆସୁଥିବା ପର୍ବପର୍ବାଣୀ ଉପରେ କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ହେଉଥିବାରୁ ଆଗକୁ ଆସୁଥିବା ପର୍ବପର୍ବାଣୀ ଉପରେ କଟକମା ଜାରି କଲେ ଏସଆରସି । ଏ ନେଇ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାଉଁ ଯାତ୍ରା, ଦଣ୍ଡ ଯାତ୍ରା ଓ ରାମନବମୀ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି । ଅଧିକ ଜନଗହଳି ପାଇଁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ପର୍ବପର୍ବାଣୀରେ କୋଭିଡ ନିୟମ ମାନି କେବଳ ନୀତିକାନ୍ତି କରାଯିବ । ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ଏ ବାବଦରେ ଜଣାଇ ଦିଆଯାଇଛି ।

Comments are closed.