କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଆସନ୍ତାମାସରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର : ମୁଖ୍ୟ ପ୍ରଶାସକ

ପୁରୀ – ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଚାଲିଛି । ଶ୍ରୀଜିଉମାନଙ୍କର ସୁନାବେଶ ବି ଠିକ୍ ସମୟରେ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତାମାସରୁ ସବୁ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କୋରୋନା ସଂକ୍ରମଣ ଦୃଷ୍ଟିରୁ ରବିବାର ଦିନ ଶ୍ରୀମନ୍ଦିର ବିଶୋଧନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଉଗ୍ର ନୃସିଂହ ମନ୍ଦିରରୁ ମୂର୍ତ୍ତି ଖସିପଡି ମାଆ ବିମଳାଙ୍କ ପାଳିଆ ସେବାୟତ ଆହତ ହେବା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଓ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ଡକ୍ଟର କ୍ରିଷନ କୁମାର କହିଛନ୍ତି । ଘଟଣାର ତର୍ଜମା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.