ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ, ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡିର ରୁଦ୍ର ମହାରଥୀ

ପିପିଲି -ପିପିଲି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ଏହି ଆସନରେ ଶାସକ ବିଜେଡରି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଏକ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରୁଦ୍ର ପ୍ରତାପ । ପୂର୍ବରୁ ଆଜି ସିପିଏମ (ଏମଏଲ ) ପ୍ରାର୍ଥୀ ଅଶୋକ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପିପିଲି ଆସନରେ ଆସନ୍ତାମାସ ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ ।

Comments are closed.