ଶ୍ରୀମନ୍ଦିରରେ ଠାକୁରଙ୍କ ଆଜି ବନକଲାଗି ନୀତି, ଅପରାହ୍ନ ୪ଟାରୁ ସଂଧ୍ୟା ୮ଟା ଯାଏଁ ଦର୍ଶନ ବନ୍ଦ

ପୁରୀ – ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ହେଉଛି । ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ୪ଟାରୁ ସଂଧା ୮ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ଦତ୍ତ ମହାପାତ୍ର ଗୋଷ୍ଠୀର ସେବାୟତମାନଙ୍କ ଦ୍ୱାରା କରାଯାଇଥାଏ । ପରମ୍ପରା ଅନୁସାରେ ଚୈତ୍ର କୃଷ୍ଣ ତୃତୀୟା ତିଥିରେ ବବକଲାଗି ହୋଇଥାଏ । ଏହା ଗୁପ୍ତ ନୀତି ହୋଇଥିବାରୁ ଦି ପ୍ରହର ଧୂପ ସରିବା ପରେ ମନ୍ଦିରରର ସମସ୍ତ ଦ୍ୱାର ବନ୍ଦ କରାଯାଇ ଏହି ନୀତି କରାଯିବ । ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି ।

Comments are closed.