ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଫିରିଙ୍ଗିଆ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ

ଫୁଲବାଣୀ – ଫିରିଙ୍ଗିଆ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ନୀତୀଶ ନିଶାଙ୍କ ମାଲୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୪୧ ହଜାର ୯୦୦ ଟଙ୍କାର ଆରସିଏମ୍ ଓ ଟିଏ ବିଲ୍ ପାସ କରାଇଦେବା ପାଇଁ ଡାକ୍ତର ମାଲୁ, ବେଣୁଗୋପାଳ ଦିଗଲଙ୍କଠାରୁ ୭ ହଜାର ଟଙ୍କା ନଗଦ ଲାଂଚ ଭାବେ ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ ।

ମାଲୁଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କ ସରକାରୀ ବାସଭବନରେ ଖାନତଲାସୀ କରାଯାଇଛି । ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତାଙ୍କ ପୈତୃକ ଘରେ ବି ଚଢାଉ ପାଇଁ ଉଦ୍ୟମ ଚାଲିଛି ବୋଲି ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଏସପି ସୂଚନା ଦେଇଛନ୍ତି ।

Comments are closed.