ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲା କୃଷି ଆଇନ ଉପରେ ଗଠିତ ବିଶେଷଜ୍ଞ କମିଟି

ନୂୂଆଦିଲ୍ଲୀ – ତିନୋଟି କୃଷି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ତିନିଜଣିଆ କମିଟି ଏକ ବନ୍ଦ ଲଫାପାରେ ଏହାର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି । କମିଟି ଏହାର ରିପୋର୍ଟରେ କହିଛି ଯେ ଏହି ସମସ୍ୟାର ସମାଧାନ ପାଇଁ ପ୍ରାୟ ୮୫ କୃଷକ ସଂଗଠନ ସହ ଆଲୋଚନା କରାଯାଇଛି। ନୂତନ କୃଷି ନିୟମକୁ ନେଇ କେନ୍ଦ୍ର ଏବଂ କୃଷକ ସଂଗଠନ ମାନଙ୍କ ମଧ୍ୟରେ ଅଚଳାବସ୍ଥା ଜାରି ରହିଛି । ଗତ ୨୮ ନଭେମ୍ବରରୁ କୃଷକମାନେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ଏବଂ କୃଷକ ସଂଗଠନ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ହୋଇଥିଲେ ବି କୌଣସି ଫଳାଫଳ ବାହାରି ପାରିନାହିଁ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଗତ ଜାନୁଆରୀରେ କୃଷି ଆଇନର କାର୍ଯ୍ୟକାରିତା ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଥିଲେ ଏବଂ ଏହି କମିଟି ଗଠନ କରିଥିଲେ। ଏହି କମିଟିରେ କୃଷି ବିଶେଷଜ୍ଞ ଏବଂଶେତକାରି ସଂଗଠନ ସହ ଜଡ଼ିତ ଅନିଲ ଧନୱାଟ, ଅଶୋକ ଗୁଲାଟି ଏବଂ ପ୍ରମୋଦ ଯୋଶୀ, ତଥା ସହ ଜଡିତ ଅଛନ୍ତି।

Comments are closed.