ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡା ଓ ପତ୍ନୀ କରୋନା ସଂକ୍ରମିତ

ବେଙ୍ଗାଲୁରୁ – ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା ଓ ତାଙ୍କ ପତ୍ନୀ ଚେନ୍ନମ୍ମା କରୋନାରେ ସଂକ୍ରମିତ ହୋଇଛନ୍ତି । ଜେଡି (ଏସ୍‌)ର ଏହି ୮୭ ବର୍ଷୀୟ ସଂଯୋଜକ ଟ୍ୱିଟ୍ କରି ତାଙ୍କର ଓ ତାଙ୍କ ପତ୍ନୀଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସୂଚନା ଦେଇଛନ୍ତି । ପରିବାରର ଅନ୍ୟ ସଦସ୍ୟଙ୍କ ସହ ଉଭୟ ଆଇସୋଲେସନରେ ଅଛନ୍ତି ବୋଲି ସେ କହିଛନ୍ତି ।

ଗତ କିଛି ଦିନ ମଧ୍ୟରେ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ନିଜର କୋଭିଡ୍ ପରୀକ୍ଷା କରାଇବାକୁ ଦେବେଗୌଡା ଅନୁରୋଧ କରିଛନ୍ତି । ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ନ କରିବାକୁ ମଧ୍ୟ ସେ କହିଛନ୍ତି ।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ପୂର୍ବନନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ଓ ତାଙ୍କ ପତ୍ନୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Comments are closed.