ଛତିଶଗଡ ସୀମାନ୍ତ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର କୋଭିଡ ସ୍ଥିତି ଉପେ ରାଜ୍ୟ ସରକାରଙ୍କ କଡା ନଜର

ଭୁବନେଶ୍ୱର- ପଶ୍ଚିମ ଓଡିଶାରେ କୋଭିଡ ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ କଂଟେନମେଂଟ୍ କରାଯାଉଛି । ପଡୋଶୀ ଛତିଶଗଡରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ସ୍ଥିତି ଉପରେ କଡା ନଜର ରଖାଯାଇଛି । ରାଜ୍ୟ ସୀମା ସିଲ୍ କରିବା ସମସ୍ୟାର ସମାଧାନ ନୁହେଁ । ବରଂ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱ ଦେବା ଉଚିତ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର କହିଛନ୍ତି ।

Comments are closed.