ରାଜସ୍ଥାନ: ବସ୍-ଟ୍ୟାଙ୍କର୍ ଧକ୍କା, ୧୧ ଜୀବନ୍ତ ଦଗ୍ଧ

ଯୋଧପୁର: ବୁଧବାର ରାଜସ୍ଥାନର ବାରମର୍-ଯୋଧପୁର ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାରମର୍ ଠାରେ ଏକ ଘରୋଇ ବସ୍ ଏବଂ ଟ୍ୟାଙ୍କର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଧକ୍କା ପରେ ଟ୍ୟାଙ୍କର୍ ଓ ବସରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ୧୧ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ‌। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ‌। ଆହତ ଲୋକଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଏସପି ଦୀପକ ଭରଗା କହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Comments are closed.