ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: କୋହଲି ଖସିଲେ, ରାହୁଲ ଉଠିଲେ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ମାନଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଅନ୍ୟପକ୍ଷେ ବିରାଟ କୋହଲି ତଳକୁ ଖସିଛନ୍ତି । ବିରାଟ ପଞ୍ଚମରୁ ଅଷ୍ଟମ ସ୍ଥାନକୁ ଖସି ଆସିଛନ୍ତି। ତେବେ ଲୋକେଶ ରାହୁଲ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ରୋହିତ ଶର୍ମା ମଧ୍ୟ ଦୁଇଟି ସ୍ଥାନ ଲମ୍ଫ ଦେଇ ୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ଏବେ ମଧ୍ୟ ପ୍ରଥମ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କାରାମ ମଧ୍ୟ ବହୁତ ଲାଭବାନ ହୋଇଛନ୍ତି । ସେ ଏବେ ତୃତୀୟ ସ୍ଥାନରେ ପହଞ୍ଚଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୨୫ ବଲରେ ୫୨ ରନର ଚମତ୍କାର ଇନିଂସ ଖେଳି ନିଜ ଦଳକୁ ବିଜୟ ଆଡକୁ ନେଇଥିଲେ। ସେ ଅଲରାଉଣ୍ଡର ମାନ୍ୟତାରେ ସପ୍ତମ ସ୍ଥାନରେ ରହିଛନ୍ତି।

ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଦକ୍ଷିଣ ଆଫ୍ରିକାର ରାସି ୱାନ୍ ଡେର୍ ଡୁସେନ୍ ମଧ୍ୟ ଟପ୍ -୧୦ରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୯୪ ରନ୍ କରିଥିଲେ। ତାଙ୍କର ବିସ୍ଫୋରକ ଇନିଂସ ଯୋଗୁଁ ଆଫ୍ରିକୀୟ ଦଳ ୧୮୯ ରନ୍ ସ୍କୋର କରି ଇଂଲଣ୍ଡକୁ ୧୦ ରନରେ ପରାସ୍ତ କରିବାରେ ସକ୍ଷମ ହୋଇଥିଲା।

Comments are closed.