ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ, ଅଟକ ୨ ଯୁବକଙ୍କ ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହେଲା ବିଜେଡି

ପିପିଲି – ପିପିଲରୁ ଜବତ ହୋଇଥିବା ୫୦ ଲକ୍ଷ ଟଙ୍କା ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ ରହିଛି ବୋଲି ଅଭିଯୋଗ ହୋଇଛି । ଟଙ୍କା ଜବତ ମାମଲାରେ ଅଟକ ଥିବା ୨ ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲିଙ୍କ୍ ଥିବା ଅଭିଯୋଗ ହୋଇଛି । ଅଟକ ୨ ଯୁବକଙ୍କ ସହ ଆଶ୍ରିତଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ତାରକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିଥିଲା ପିପିଲି ପୋଲିସ । ଏହି ମାମଲାରେ ନୀଳ ରଙ୍ଗର ପଲସର ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।

ପିପିଲିରୁ ୫୦ ଲକ୍ଷ ଚଙ୍କା ଜବତ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଏକ ପ୍ରତିନିଧି ଦଳ ଭେଟିଛନ୍ତି । ବିଜେଡିର ସସ୍ମିତ ପାତ୍ର, ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ମୁଖ୍ୟ ନିର୍ବାଚନଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି ।

Comments are closed.