ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟରେ କୋଭିଡ ଟିକାକରଣର ସମୟରେ ପରିବର୍ତ୍ତନ, ସକାଳ ୮ରୁ ୧୨ ଏବଂ ୩ରୁ ୬ଟା ମଧ୍ୟରେ ଟିକା

ଭୁବନେଶ୍ୱର- ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟରେ କୋଭିଡ ଟିକାକରଣର ସମୟରେ ପରିବର୍ତ୍ତନ ହୋଇଛି । ଏଣିକି ଦିନ ୮ଟାରୁ ୧୨ଟା ଏବଂ ୩ଟାରୁ ସଂଧ୍ୟା ୬ଟା ଯାଏଁ ଟିକା ଦିଆଯିବ । ଏ ନେଇ ସବୁ ଜିଲ୍ଲାପାଳ, କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସବୁ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସବୁଠି କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ । ଦୈନିକ ଟିକାକରଣର ରିପୋର୍ଟ ସଂଧ୍ୟା ସାଢେ ୬ ସୁଦ୍ଧା ଦେବାକୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.