ଚାରି କୋଭିଡ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ହେବେ ୩୬ ପିଜି ଡାକ୍ତର

ଭୁବନେଶ୍ୱର- ଚାରି ଜିଲ୍ଲାରେ କୋଭିଡ ପରିଚାଳନାରେ ସହାୟତା କରିବାକୁ ୩୬ ଜଣ ପିଜି ଡାକ୍ତରଙ୍କୁ ନିୟୋଜିତ କରାଯିବ । ରାଜ୍ୟରେ ତିନିଟି ମେଡିକାଲ କଲେଜର ପିଜି ଡାକ୍ତରଙ୍କୁ କଳାହାଣ୍ଡି, ନୂଆପଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପଠାଯିବ । କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ୧୦ ଜଣ ଲେଖାଏଁ, ମାଲକାନଗିରି ଓ ନବରଙ୍ଗପୁରକୁ ୮ ଜଣ ଲେଖାଏଁ ପିଜି ଡାକ୍ତର ଯିବେ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.