କୋରୋନା ନିୟନ୍ତ୍ରଣ ପାଇଁ ପୁରୀ ପ୍ରଶାସନର ପଦକ୍ଷେପ : ୫ ସର୍ବାଧିକ ପ୍ରଭାବିତ ରାଜ୍ୟର ଯାତ୍ରୀଙ୍କୁ ଦେବାକୁ ହେବ ନେଗେଟିଭ ରିପୋର୍ଟ

ପୁରୀ- କୋରୋନା ମୁକାବିଲା ପାଇଁ ପୁରୀ ପ୍ରଶାସନର ପଦକ୍ଷେପ । ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, କେରଳ ଓ ପଞ୍ଜାବର ପର୍ଯ୍ୟଟକଙ୍କ ଉପରେ କଡା ନଜର ରଖାଯିବ । ଏସବୁ ରାଜ୍ୟରୁ ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ୭୨ ଘଂଟା ମଧ୍ୟରେ ଆରଟିପିସିଆର ରିପୋର୍ଟ ନେଗେଟିଭ ଥିଲେ ପୁରୀକୁ ଅନୁମତି ମିଳିବ । ଏହାସହ ଉଭୟ ଡୋଜ୍ ଟିକା ନେଇଥିଲେ ହିଁ ପୁରୀକୁ ଅନୁମତି ମିଳିବ । ରେଳ ଷ୍ଟେସନରେ ସ୍କ୍ରିଂନିଂ ବ୍ୟବସ୍ଥା କରାଯାଇଛି । ଲକ୍ଷଣ ଥିଲେ ଟେଷ୍ଟ କରାଯିବ ।

ଆଜି କରୋନା ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ହୋଇଥିଲା । ବୈଠକ ପରେ ୫ଟି ରାଜ୍ୟରୁ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କୋଭିଡ କଟକଣା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Comments are closed.