ତାରାତାରିଣୀ ମନ୍ଦିର ପାଇଁ ଗଂଜାମ ଜିଲ୍ଲା ପ୍ରଶାସନର ସଂଶୋଧିତ ଏସଓପି, ମନ୍ଦିର ପରିସର ବିଶୋଧନ ପାଇଁ ବୁଧବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବ୍ରହ୍ମପୁର- କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଗଂଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ପାଇଁ ସଂଶୋଧିତ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ । ସଂଶୋଧିତ ଏସଓପି ଅନୁସାରେ କେବଳ ବୁଧବାର ବ୍ୟତୀତ ସପ୍ତାହର ଅନ୍ୟ ଦିନମାନଙ୍କରେ ମନ୍ଦିର ଖୋଲା ରହିବ । ବିଭିନ୍ନ ଦିବସରେ ନିର୍ଦ୍ଧାରିତ ନୀତିକାନ୍ତିର ପାଳନ ପୂର୍ବକ ମନ୍ଦିର କାର୍ଯ୍ୟବିଧି ସଂପନ୍ନ କରାଯିବ । ଅନ୍ୟ ସୂଚନା ମିଳିବା ଯାଏଁ ସଂଧ୍ୟା ସାଢେ ୫ଟା ଯାଏଁ ହିଁ ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ରହିବ । ମନ୍ଦିର ଆଖପାଖ ଓ ଏହାର ନିକଟବର୍ତ୍ତୀ ସ୍ଥାନରେ ଭୋଜି କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି । କୋଭିଡ କଟକଣା ପାଇଁ ଏଥର ମୁଣ୍ଡନ ବ୍ୟବସ୍ଥା ବନ୍ଦ ରହିଛି । ପ୍ରତି ବୁଧବାର ଦିନ ମନ୍ଦିର ପରସିରକୁ ସଂପୂର୍ଣ୍ଣ ବିଶୋଧନ କରାଯିବ ।

ଏଥିସହ ସପ୍ତାହରେ ଦୁଇ ଦିନ ସର୍ବସାଧାରଣଙ୍କ ଦର୍ଶନ ସରିବା ପରେ ରାତ୍ରିକାଳୀନ ବିଶୋଧନ କରାଯିବ । ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁଲାଗୁ ହେବାକୁ ଥିବା କଟକଣା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତିତ ମାର୍ଗଦର୍ଶିକା କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସମୟରେ ସମସ୍ତ ଭକ୍ତଙ୍କ ପାଇଁ ମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଭକ୍ତଗଣ ମନ୍ଦିର ଭିତରେ କୌଣସି ମୂର୍ତ୍ତି ବା ବିଗ୍ରହକୁ ସ୍ପର୍ଶ କରିବା ଅନୁଚିତ ।

Comments are closed.