କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ସତର୍କତାମୂଳକ ପଦକ୍ଷେପ

ପୁରୀ – କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଶ୍ରୀମନ୍ଦିରରେ କେମିତି ସତର୍କତା ଅବଲମ୍ବନ କରିହେବ, ସେ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ପ୍ରାଶାସନିକ ଅଧିକାରୀ ଓ ଛତିଶା ନିଯୋଗର ପ୍ରମୁଖ ସେବାୟତମାନେ ଯୋଗ ଦେଇଥିଲେ । ଶ୍ରୀମନ୍ଦିର ପରିସରରେ କିଭଳି କୋଭିଡ ନିୟମ କଡାକଡି ଭାବେ ପାଳନ କରିହେବ । ସିଡିଏମଓ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଡେଡିକେଟେଡ୍ ଟେଷ୍ଟିଂ ସେଂଟର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସେବାୟତଙ୍କ ଟିକାକରଣକୁ ତ୍ୱରାନ୍ୱିତ କରାଯିବ । ଡୋର୍ ଟୁ ଡୋର୍ କ୍ୟାମ୍ପେନ ଜରିଆରେ ସେବାୟତମାନେ ରହୁଥିବା ସାହିକୁ ଯାଇ ସେମାନଙ୍କ ପରିବାରର ସଦସ୍ୟଙ୍କ ପରୀକ୍ଷା କରିବେ । କୋରୋନା ଲକ୍ଷଣ ଥିଲେ ସେମାନଙ୍କ ଚିକିତ୍ସା କରାଯିବ । ଏହା ୭ ରୁ ୮ ଦିନରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ହୋମିଓପ୍ୟାଥି ଔଷଧ ବଂଟନ କରିବାକୁ ବି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Comments are closed.