ଶୀତକାଳୀନ ଅଧିବେଶନରୁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ବିଶୃଙ୍ଖଳା ପାଇଁ ଚଳିତ ଶୀତକାଳୀନ ଅଧିବେଶନରୁ ବିରୋଧୀ ଦଳର ୧୨ ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦ ହେଉଛନ୍ତି ଏଲାମରାମ କରିମ (ସିପିଏମ), ଫୁଲୋ ଦେବୀ ନେତମ, ଛାୟା ବର୍ମା, ଆର ବୋରା, ରାଜାମଣି ପଟେଲ, ସୟଦ ନାସିର ହୁସେନ୍, ଅଖିଳେଶ ପ୍ରସାଦ ସିଂ (କଂଗ୍ରେସ), ବିନୋଇ ବିଶ୍ୱମ (ସିପିଆଇ), ଡୋଲା ସେନ୍ ଏବଂ ଶାନ୍ତା ଛେତ୍ରୀ (ଟିଏମସି), ପ୍ରିୟଙ୍କା ଚତୁର୍ବେଦୀ ଏବଂ ଅନିଲ ଦେଶାଇ (ଶିବସେନା) |

ଗତ ମୌସୁମୀ ଅଧିବେଶନରେ ହଙ୍ଗାମା ଓ ବିଶୃଙ୍ଖଳା କରିଥିବାରୁ ଏହି ସାଂସଦମାନଙ୍କୁ ନିଲମ୍ବିତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାରୁ ନିଲମ୍ବିତ ହେବାପରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଆମ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comments are closed.