କୋରୋନା ମୁକାବିଲା ଦିଗରେ ନବୀନଙ୍କ ଆଉ ଏକ ଲୋକାଭିମୁଖୀ ପଦକ୍ଷେପ : ଗାନ୍ଧି ଜୟନ୍ତୀରୁ ଶାସକ ବିଜେଡିର ମାସେବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ସାରା ବିଶ୍ୱ ଓ ଆମ ଦେଶ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି । ବିଗତ ୬ ମାସ ଧରି ମହାମାରୀ ଯୋଗୁଁ ଉତ୍କଟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇ ସମସ୍ତଙ୍କ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ।
ଭାରତରେ କୋରୋନା ମହାମାରୀର ସଫଳ ମୁକାବିଲା କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଲୋକଙ୍କ ସହଯୋଗ ସହ ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ମନୋବୃତି ଯୋଗୁଁ ଓଡିଶା ଦୃଢ ଭାବେ ମହାମାରୀ ମୁକାବିଲା କରିପାରିଛି । ସର୍ବାଧିକ ସୁସ୍ଥହାର ଓ ସର୍ବନିମ୍ନ ମୃତ୍ୟୁ ହାର ରାଜ୍ୟରେ କୋରୋନା ସଫଳତାକୁ ଦର୍ଶାଉଛି । ଏ ଦୁଇଟି କ୍ଷେତ୍ରରେ ଓଡିଶା , ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ରହିଛି ।
କୋଭିଡ ମୁକାବିଲା ଦିଗରେ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ପଦକ୍ଷେପ ପ୍ରଶଂସନୀୟ ହୋଇଛି । ଜାତୀୟ ସ୍ତରରେ ବି ଓଡିଶା ମଡେଲ ଏକ ଉଦାହରଣ । କୋଭିଡ ଚିକିତ୍ସା ପାଇଁ ସାରା ରାଜ୍ୟରେ ୭୭ଟି ସ୍ୱତନ୍ତ୍ର କୋଭିଡ ହସପିଟାଲ ପ୍ରତିଷ୍ଠା କରାଯାଇଛି । ଟେଷ୍ଟିଂ ଠାରୁ ଆରମ୍ଭ କରି ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । କୋଭିଡ ଚିକିତ୍ସା ବାବଦରେ କାହାରିକୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡୁନାହିଁ । ୩୦ ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟିଂ ସହ ପାଖାପାଖି ୨ ଲକ୍ଷ ଲୋକ ସୁସ୍ଥ ହେବା ରାଜ୍ୟ ସରକାରଙ୍କ ଦକ୍ଷ କୋଭିଡ ପରିଚାଳନା ନୀତିର ସଫଳତାକୁ ଦର୍ଶାଉଛି ।
ତୃଣମୂଳ ସ୍ତରରେ ହିଁ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ।

ସରପଂଚମାନଙ୍କୁ କୋଭିଡ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିଲା । ଏପରି କରିବାରେ ଓଡିଶା ଦେଶର ପ୍ରଥମ ଓ ଏକମାତ୍ର ରାଜ୍ୟ । ସମୂହ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ୍ ଫର୍ମୁଲା ଆପଣାଇ ହଟସ୍ପଟ୍ ଥିବା ଗଂଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ କରାଯାଇପାରିଛି । ଗଂଜାମ ମଡେଲ୍ ଏବେ ଏକ ଆଦର୍ଶ ମଡେଲରେ ପରିଣତ ହୋଇଛି । ଜାତୀୟସ୍ତରର ଗଣମାଧ୍ୟମରେ ବି ବି ଉଚ୍ଚ ପ୍ରଶଂସିତ ହୋଇଛି ରାଜ୍ୟ ସରକାରଙ୍କ ଗଂଜାମ ମଡେଲ୍ । ଅନ୍ୟ ଅଧିକ ସଂକ୍ରମିତ ଜିଲ୍ଲାରେ ଗଂଜାମ ଜିଲ୍ଲାର ପଦ୍ଧତି ଅବଲମ୍ବନ କରି କୋଭିଡ ସ୍ଥିତିରେ ସୁଧାର ପାଇଁ ଉଦ୍ୟମ ଜାରି ରହିଛି ।

କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଟିକା ପ୍ରସ୍ତୁତି ସାରା ବିଶ୍ୱରେ ଜୋରସୋରରେ ଆଗେଇ ଚାଲିଥିବା ବେଳେ ରାଜ୍ୟବାସୀଙ୍କୁ ନିର୍ଧାରିତ ସମୟରେ ଟିକା ଯୋଗାଇ ଦେବା ପାଇଁ ବିଭିନ୍ନ ଟିକା ପ୍ରସ୍ତୁତକାରୀ ସଂସ୍ଥାମାନଙ୍କ ସହିଚ ଯୋଗସୂତ୍ର ରକ୍ଷା କରିଛନ୍ତି ରାଜ୍ୟ ସରକାର ।
କୋରୋନା ମୁକାବିଲା ପାଇଁ ଶାସକ ବିଜେଡି ବିଭିନ୍ନ ପଦକ୍ଷେପ ନେବା ଜାରି କରଛି । ଏ କ୍ରମରେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଆରମ୍ଭ କରଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସବୁ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଛନ୍ତି । ପ୍ରତି ବିଧାୟକ ପଂଚାୟତସ୍ତରରେ ମାସ୍କ ବଂଟନ କରିବେ । ମାସ୍କର ଉପଯୁକ୍ତ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲା ସଭାପତି , ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ କର୍ମକର୍ତା, ସଂଗଠନ ମୁଖ୍ୟ, ନଗର ଓ ବ୍ଲକ୍ ସଭାପତି, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତିଙ୍କୁ ଚିଠି ଲେଖିଛନ୍ତି ନବୀନ ।

କୋରୋନା ମୁକାବିଲା କ୍ଷେତ୍ରରେ ଶାସକ ଦଳର ଏହି ପଦକ୍ଷେପ ଦ୍ୱାରା ଲୋକଙ୍କୁ ଏକ ସନ୍ଦେଶ ଯାଉଛି ଯେ, ମହାମାରୀ ମୁକାବିଲାରେ ରାଜ୍ୟ ସରକାର ସବୁବେଳେ ସେମାନଙ୍କ ସହ ଅଛନ୍ତି । ବିଜେଡିର ମାସେବ୍ୟାପୀ ସଚେତନତା ଅଭିଯାନ ଜରିଆରେ ଯେ, ନବୀନ ସରକାର ପୁଣି ଥରେ ପ୍ରମାଣ କରିବାକୁ ଚାହାନ୍ତି ଯେ, ଲୋକଶକ୍ତି ଓ ସହଯୋଗ ଦ୍ୱାରା ସବୁକିଛି ସମ୍ଭବ ।

Comments are closed.