ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟ ସରକାରଙ୍କ ରୋକ୍ , ନଭେମ୍ବର ୧୦ରୁ ୩୦ ତାରିଖ ଯାଏଁ କଟକଣା କୋଭିଡ ପରିସ୍ଥିତି ଯୋଗୁଁ ନିଷ୍ପତି

ଭୁବନେଶ୍ୱର- କୋଭିଡ ମହାମାରୀର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଦୃଷ୍ଟିରୁ ରାଜ୍ୟ ସରକାର ଏଥର ଦୀପାବଳିରେ ବାଣ ବିକ୍ରି ଓ ବ୍ୟବହାରକୁ ନିଷେଧ କରିଛନ୍ତି । ବାଣ ବିକିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି ସରକାର ନିଷ୍ପତି ନେଇଛନ୍ତି । ଦୀପାବଳିରେ ବାଣ ଫୁଟାଇଲେ ପ୍ରଦୂଷଣ ବଢିବା ସହ କୋରୋନା ମାମଲା ବୃଦ୍ଧି ହେବା ଆଶଙ୍କା ଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ନଭେମ୍ବର ୧୦ ତାରିଖରୁ ୩୦ ତାରିଖ ଯାଏ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ନିଷେଧାଦେଶ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହୋମ ଆଇସୋଲେସନରେ କୋରୋନା ରୋଗୀ ରହୁଥିବାରୁ ବିପଦ ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ବାଣ ନ ଫୁଟାଇ ବି ପାରମ୍ପରିକ ରୀତିନୀତିରେ ଦୀପାବଳୀ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି ।

Comments are closed.