ଓଡିଶାରେ ଆଉ ୪ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଆଉ କିଛି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା ପାଇଁ ନିଷ୍ପତି ନେଇଛି ପୂର୍ବତଟ ରେଳବାଇ । ଏହି ମାସ ୧୫ ତାରିଖରୁ ବିଶାଖାପାଟଣା-ରାୟଗଡା-ବିଶାଖାପାଟଣା ଟ୍ରେନ ଚାଲିବ । ୧୬ ତାରିଖରୁ ପଲାସା-ବିଶାଖାପାଟଣା-ପଲାସା ଟ୍ରେନ ଚାଲିବ । ୧୬ ତାରିଖରୁ ହିଁ ପଲାସା-ଭୁବନେଶ୍ୱର-ପଲାସା ସ୍ୱତନ୍ତ୍ର ଏକ୍ସପ୍ରେସ ଚାଲିବ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି । ୧୫ରୁ ଚାଲିବ ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ୱତନ୍ତ୍ର ଏକ୍ସପ୍ରେସ । ଅଳ୍ପ ଯାତ୍ରୀ ହେଉଥିବାରୁ ୫ଟି ପାର୍ବଣ ବିଶେଷ ଟ୍ରେନ ବାତିଲ କରାଯିବ ।

Comments are closed.