କୋରାପୁଟ ଜିଲ୍ଲାରେ ଓଲଟିଲା ପିକ୍‌ଅପ ଭ୍ୟାନ, ୮ ଜଣଙ୍କ ମୃତ୍ୟୁ ସୂଚନା

କୋରାପୁଟ- କୋରାପୁଟ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

କୋରାପୁଟର କୋଟପାଡ ଥାନା ମୂର୍ତ୍ତାହାଣ୍ଡି ନିକଟରେ ସଡକ ଦୁର୍ଘଟଣା ଘଟି ୮ଜଣଙ୍କ ମୃତ୍ୟୁ ଘଟିଛି ।

ଆଉ କିଛି ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

ଏକ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ସୂଚନା ଅନୁସାରେ ପଡୋଶୀ ଛତିଶଗଡର ସିନ୍ଧିଗାଁରୁ କିଛି ଲୋକ ପିକଅପ୍ ଭ୍ୟାନରେ କୋଟପାଡ ଅଂଚଳର କୁଚଲା ଗାଁକୁ ଆସିଥିଲେ । ଏମାନେ ଦଶାହ କାମ ଶେଷ କରି ଅପରାହ୍ନରେ ଘରକୁ ୍ଫେରୁଥିବା ବେଳେ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା ।

ମୃତକଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣା ସ୍ଥଳରେ କୋଟପାଟ ପୋଲିସ ପହଂଚିଛି ।

Comments are closed.