ସୋସିଆଲ୍ ମିଡିଆରେ ଭାଇରାଲ ହେଲା ପରେ ସାରାଦେଶରେ ବାବାଙ୍କ ଢାବାକୁ ନେଇ ଚର୍ଚ୍ଚା, ଖାଦ୍ୟ ପାଇଁ ଲୋକଙ୍କ ଜମୁଛି ଭିଡ

ନୂଆଦିଲ୍ଲୀ – ଦିଲ୍ଲୀର ମାଲବ୍ୟ ନଗରରେ ଜଣେ ବୃଦ୍ଧ ଚଳାଉଥିବା ଏକ ଛୋଟିଆ ହୋଟେଲ ସୋସିଆଲ ମିିଡିଆରେ ଭାଇରାଲ ପରେ ସେଠାକୁ ଏବେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ‘ବାବା କା ଢାବା’ ନାମକ ଏହି ଛୋଟିଆ ହୋଟେଲ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଦିଲ୍ଲୀର ମାଲବ୍ୟ ନଗରର ରାସ୍ତା କଡରେ ବାବା କି ଢାବା ନାମରେ ଏକ ଛୋଟିଆ ହୋଟେଲ ଖୋଲି ଗୁଜୁରାଣ ମେଂଟାନ୍ତି ୮୦ ବର୍ଷିୟ ବୃଦ୍ଧ ବାବା । ତାଙ୍କ ନାମ ହେଲା କାନ୍ତା ପ୍ରସାଦ । ସେ ଚପାତି, ଭାତ, ଡାଲି ଓ ପନିରମଟର ତରକାରୀ କରି ବିକନ୍ତି । ଆଜିକାଲି ହୋଟେଲରେ ବିକ୍ରିବଟା ହେଉ ନ ଥିବାରୁ ତାଙ୍କୁ ଚଳିବାରେ କିପରି ଅସୁବିଧା ହେଉଛି, ସେ ନେଇ ବାବା କାନ୍ଦ କାନ୍ଦ ହୋଇ କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ଭିଡିଓ ଭାଇରାଲ ପରେ କାନ୍ତାପ୍ରସାଦଙ୍କ ଢାବାରୁ ଖାଦ୍ୟ କିଣି ଖାଇବା ପାଇଁ ଲୋକଙ୍କ ଭିଡ ଜମିଛି । ବାବାଙ୍କ ଭାଗ୍ୟ ଯେମିତି ଖୋଲିଯାଇଛି ସତେ । ଯେଉଁଠି କି କାଁ ଭାଁ ଲୋକେ ଯାଉଥିଲେ, ସେଠାକୁ ଏବେ ଲୋକଙ୍କ ଭିଡ ଜମିବାରେ ଲାଗିଛି । କାନ୍ତାପ୍ରସାଦଙ୍କୁ ରୋଷେଇରେ ତାଙ୍କ ସ୍ତ୍ରୀ ହିଁ ସହାୟତା କରନ୍ତି । ୧୯୯୦ ମସିହାରୁ ସେ ତାଙ୍କର ଛୋଟିଆ ହୋଟେଲ ବା ଢାବା ଚଳାଇଆସୁଛନ୍ତି ।

କାନ୍ତା ପ୍ରସାହ କହନ୍ତି ଯେ, କୋଭିଡ-୧୯ କଟକଣା ଯୋଗୁଁ କିଛି ବି ବିକ୍ରୀ ହେଉ ନ ଥିଲା । କିନ୍ତୁ ଏବେ ସାରା ଭାରତ ତାଙ୍କ ସହ ରହିଥିବା ସେ ମନେ କରନ୍ତି ବୋଲି କାନ୍ତା ପ୍ରସାଦ କହିଛନ୍ତି ।

ସୋସିଆଲ ଭିଡିଓରେ କାନ୍ତାପ୍ରସାଦଙ୍କ ଢାବା ଭାଇରାଲ ହେଲା ପରେ ଦିଲ୍ଲୀ ଆମ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀ ସେହି ଭିଡିଓକୁ ଦେଖି ରିଟ୍ୱିଟ୍ କରିଥିଲେ । ପରେ ସେ ଖୋଦ୍ ବାବାଙ୍କ ସହାୟତା ପାଇଁ ପହଂଚିଥିଲେ । କେବଳ ଏତିକି ନୁହେଁ, ଭିଡିଓ ଦେଖି ଅନେକ ସେଲିବ୍ରିଟି ବି ଭାବୁକ ହୋଇଯାଇଛନ୍ତି ଓ ବାବାଙ୍କ ପରି ଲୋକଙ୍କୁ ସହାୟତା ପାଇଁ ଆହ୍ୱାନ ଦେଇଛନ୍ତି ।

Comments are closed.