ଇଟାଲୀ-ଅମୃତସର ଏୟାର ଇଣ୍ଡିଆ ଫ୍ଲାଇଟରେ ୧୨୫ ଯାତ୍ରୀ କରୋନା ପଜିଟିଭ୍

ଅମୃତସର: ଦେଶରେ କରୋନା ସଂକ୍ରମଣ ଭୟଙ୍କର ଗତିରେ ବଢ଼ିଚାଲିଛି | କରୋନା ବିସ୍ଫୋରଣ ମଧ୍ୟରେ ଏକ ଚିନ୍ତାଜନକ ଖବର ଆସିଛି । ଏୟାର ଇଣ୍ଡିଆର ଇଟାଲୀ-ଅମୃତସର ଫ୍ଲାଇଟ୍ ରେ ପ୍ରାୟ ୧୨୫ ଯାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ଏହି ସବୁ ଯାତ୍ରୀ ଆଜି ଅମୃତସର ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦର ନିର୍ଦ୍ଦେଶକ ଭି.କେ ସେଠ୍ ଏହି ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୪୯୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥସହ ଭାରତରେ ମୋଟ ଓମିକ୍ରନ୍ ମାମଲା ୨,୬୩୦ କୁ ବୃଦ୍ଧି ପାଇଛି । କରୋନାର ଏହି ନୂଆ ଭାରିଆଣ୍ଟ ୨୬ଟି ରାଜ୍ୟରେ ପହଞ୍ଚିଲାଣି । ଦିଲ୍ଲୀ (୪୬୫) ଏବଂ ମହାରାଷ୍ଟ୍ର (୭୯୭) ରେ ସର୍ବାଧିକ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି।

ଦେଶରେ ଆଜି କରୋନାର ୯୦,୯୨୮ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷ ୮୫ ହଜାର ୪୦୧କୁ ବୃଦ୍ଧି ପାଇଛି ।

Comments are closed.