ବୁଲ୍ଲି ବାଇ ଆପ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଆସାମରୁ ଗିରଫ

ନୂଆଦିଲ୍ଲୀ: ବୁଲ୍ଲି ବାଇ ଆପ୍ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତଙ୍କ ନାମ ନୀରଜ ବିଷ୍ଣୋଇ। ତାଙ୍କୁ ଆସାମରୁ ଗିରଫ କରାଯାଇଛି। ପୋଲିସ ସୂଚନାନୁସାରେ, ସେହି ବ୍ୟକ୍ତି ହିଁ ଗିଟହବ୍ ରେ ବୁଲ୍ଲି ବାଇ ଆପ୍ ତିଆରି କରିଥିଲେ। ସେ ମଧ୍ୟ ଏହି ଆପ୍ ର ମୁଖ୍ୟ ଟ୍ୱିଟର ଆକାଉଣ୍ଟଧାରୀ ଥିଲା। ଅଭିଯୁକ୍ତଙ୍କ ସହ ଆଜି ପୋଲିସ ଟିମ୍ ବିମାନବନ୍ଦରରେ ପହଞ୍ଚିବ।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ଆଉ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ସାଇବର ସେଲ୍ ଉତ୍ତର ପ୍ରଦେଶର ଶ୍ୱେତା ସିଂ ଏବଂ ବାଙ୍ଗାଲୋରର ୨୧ ବର୍ଷିୟ ଇଞ୍ଜିନିୟରିଂ ଛାତ୍ର ବିଶାଲ କୁମାର ଝାଙ୍କୁ ଗିରଫ କରିଥିଲା। ଏହାସହ ୨୧ ବର୍ଷୀୟ ମୟଙ୍କ ରାୱଲଙ୍କୁ ବୁଧବାର ସକାଳେ ଗିରଫ କରାଯାଇଥିଲା। ଅଭିଯୁକ୍ତ ଶ୍ୱେତା ସିଂ ବୁଲ୍ଲି ଆପର ଅନ୍ୟତମ କଣ୍ଟ୍ରୋଲର୍ ଥିଲେ।

ମୁମ୍ବାଇ ପୋଲିସକୁ ଏକ ଅଭିଯୋଗ ଦିଆଯାଇଥିଲା ଯେ ଗିଟ୍ ହବରେ ହଷ୍ଟ କରାଯାଉଥିବା ‘ବୁଲ୍ଲି ବାଇ’ ଆପରେ ଶହ ଶହ ମୁସଲମାନ ମହିଳାଙ୍କ ଫଟୋସପ୍ ହୋଇଥିବା ଫଟୋ ଅପଲୋଡ୍ ହୋଇଛି।

Comments are closed.