ସପ୍ତାହନ୍ତ ସଟଡାଉନ୍ ଆରମ୍ଭ, ସହରାଞ୍ଚଳରେ ଶୂନଶାନ ମାହୋଲ

ପୁଣି ରାଜରାସ୍ତାରେ ସମ୍ମୁଖ ଯୋଦ୍ଧା ପୁଲିସ

ସମ୍ବଲପୁର: ମାତ୍ର କିଛି ମାସର ବ୍ୟବଧାନ ପରେ ପୁଣି କରୋନା ଭୟଙ୍କର ରୂପ ଧାରଣ କରିଛି । ଛତିଶଗଡରେ ଏହା ବେକାବୁ ହେବା ପରେ ବର୍ତମାନ ଏହା ସାରା ଓଡିଶାରେ ଉଦବେଗଜନକ ସ୍ଥିତି ସ୍ରୁଷ୍ଚି କରିଛି । ତେବେ ପ୍ରଥମ ଲହର ପରି ଏହି ଦ୍ବିତୀୟ ଲହରରେ ବି ଏହାକୁ ପରାହତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଆଉ ପ୍ରତି ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରିବା ସହ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ।

ଏହି ପରିପ୍ରେଖୀରେ ସମ୍ବଲପୁର ପୁଲିସ ପୁଣି ଥରେ ସମ୍ମୁଖ ଯୋଦ୍ଧା ଭାବେ କରୋନା ମୁକାବିଲାରେ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ସଟଡାଉନକୁ କଡାକଡି ଲାଗୁ କରିବାକୁ ପୁଲିସ ଜିଲ୍ଲା ସାରା ସବୁଠି ରାଜରାସ୍ତା ଉପରେ ଧୁ ଧୁ ଖରାରେ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଅମାନିଆଁଙ୍କ ପାଇଁ ଏହି ମହାମାରୀ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏମାନଙ୍କୁ ସାବାଡ ପାଇଁ ପୁଲିସ ଅଣ୍ଟା ଭିଡିଛି । ତେବେ ସଚେତନ ନାଗରିକ ମହଲରେ ପୁଲିସର ଡ୍ୟୁଟିକୁ ପ୍ରଶଂସା କରାଯାଇଛି ।

ସେପଟେ ବୁର୍ଲାରେ ସଟଡାଉନ ସତ୍ତ୍ବେ ଦୋକାନ ଖୋଲିଥିବା ୪ଟି ଦେକାନୀଙ୍କ ଦୋକାନ ସିଲ୍ କରି ଦିଆଯାଇଛି । ଅପରପଖେ, ମୁଖ୍ୟ ଶାସନ ସଚିବଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ବୁର୍ଲାରେ ମୋଟ୍୫୨୫ ଶଯ୍ୟା ବିଶିଷ୍ଟ ୨ କୋଭିଡ ହସପିଟାଲ କାମ ବି ଜୋରସୋରରେ ଚାଲିଛି । ଏହାଛଡା କଟକଣାକୁ କଡାକଡି ପାଳନ ପାଇଁ ପ୍ରଶାସନିକ ଟିମ୍ ମଧ୍ୟ ଜିଲ୍ଲା ସାରା ନିୟୋଜିତ ହୋଇଥିବା ଜଣାପଡିଛି ।

Comments are closed.