କରୋନା ମୃତ୍ୟୁ ଲୁଚାଇବା କଣ ଗୁଜରାଟ ମୋଡେଲ୍ : କେନ୍ଦ୍ରକୁ ଚିଦାମ୍ବରମଙ୍କ ସମାଲୋଚନା

ଭୁବନେଶ୍ବର: ଗୁଜରାଟ ମୋଡେଲ ବୋଲି ବିଜେପି ବିକାଶର ଅନେକ ଦ୍ବାହୀ ଦେଇ କ୍ଷମତାକୁ ଆସିଥିଲା । ହେଲେ ବର୍ତମାନ ଏହି ମୋଡେଲର ଅସଲ ରୂପ ପଦାରେ ପଡିଛି। ଏହି ମୋଡେଲର ତଥାକଥିତ ସମ୍ମାନ ରଖିବାକୁ ଯାଇ ଗୁଜରାଟ ସରକାର କରୋନା ମୃତ୍ୟୁକୁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ ସୋମବାର ଏଭଳି ଟାର୍ଗେଟ କରିଛନ୍ତି କେନ୍ଦ୍ରକୁ ଗତ ୧୭ ତାରିଖରେ ଗୁଜରାଟରେ ଗୋଟିଏ ଦିନରେ ୭୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ଦର୍ଶାଯାଇଥିଲା । ହେଲେ ବାସ୍ତବରେ ଶ୍ମଶାନରେ ସେହି ଦିନ ୬୮୯ଟି ଚିତା ଜଳିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାକୁ ଚିଦାମ୍ବରମ୍ କଡା ସମାଲୋଚନା କରିଛନ୍ତି ।ଏହା କଣ ଗୁଜରାଟ ମୋଡେଲ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଯଦି ରାଜ୍ୟ ଏତେ ବିକାଶ କରିଛି ତାହେଲେ ଲୋକ ଏମିତି ପୋକ ମାଛି ଭଳି କାହିଁକି ମରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ରବିବାର ଦିନ ଦେଶରେ ସର୍ବାଧିକ ୨,୬୧,୫୦୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବର୍ତମାନ ସୁଦ୍ଧା ୧ କୋଟି ୪୭ ଲଖ୍ୟ ୮୮୧୦୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶନିବାର ଦିନ କେବଳ ୨ ଲଖ୍ୟ ୩୪ ହଜାର ୬୯୨, ଶୁକ୍ରବାରରେ ୨ ଲଖ୍ୟ ୧୭ ହଜାର ୩୫୩ ଏବଂ ଗୁରୁବାରରେ ୨୦୦୭୩୯ ଜଣ ଆକ୍ରାନ୍ତ ହୋଇଛନ୍ତି ।

ବର୍ତମାନ କରୋନା ବେକାବୁ ହୋଇଥିବା ବେଳେ ନା ମିଳୁଛି ଟିକା, ନା ମିଳୁଛି ହସପିଟାଲ ବେଡ୍ ନା ମିଳୁଛି ରେମଡେସିଭିର୍ ଔଷଧ । ଏହାକୁ ନେଇ ଦେଶବ୍ୟାପି କେନ୍ଦ୍ର ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି ।

Comments are closed.