ଷ୍ଟାର୍ସ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ, ଓଡିଶା ସମେତ ୬ ରାଜ୍ୟରେ କାର୍ଯ୍ୟକାରୀ ହେବ ଯୋଜନା

ନୂଆଦିଲ୍ଲୀ – ଓଡିଶା ଓ ଅନ୍ୟ ୫ଟି ରାଜ୍ୟରେ ସ୍କୁଲ୍ ଶିକ୍ଷାରେ ସୁଧାର ଆଣିବା ପାଇଁ ୫ ହଜାର ୭୧୮ କୋଟି ଟଙ୍କାର ଏସଟିଆରଏସ୍ ( ଷ୍ଟାର୍ସ ) ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଏହା କାର୍ଯ୍ୟକାରୀ ହେବ । ୩ରୁ ୮ ବର୍ଷର ପିଲାଙ୍କ ଶିକ୍ଷା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ପ୍ରକଳ୍ପ ପାଇଁ ବିଶ୍ୱବ୍ୟାଙ୍କ୍ ୩ ହଜାର ୭ ଶହ କୋଟି ଟଙ୍କା ଯୋଗାଇ ଦେବ । ଅବଶିଷ୍ଟ ଟଙ୍କା ରାଜ୍ୟଗୁଡିକ ଭରଣା କରିବେ ।

Comments are closed.