ସାରୁଅ ଜମି କେଳେଙ୍କାରୀ ମାମଲା, ପ୍ରଶାସନ ପକ୍ଷରୁ ଜମି ଜବରଦଖଲ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର – ଖୋର୍ଧା ଜିଲ୍ଲା ସାରୁଅରେ ଓଟିଭି ପକ୍ଷରୁ ଜମି ଜବରଦଖଲ ମାମଲାରେ ଆଜିଠାରୁ ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜେସିବି ମାଧ୍ୟମରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ ଉପସ୍ଥିତ ଅଛନ୍ତି । ଜବରଦଖଲ ଜମି ଉପରେ ନିର୍ମିତ ପ୍ରାଚୀର ଭଙ୍ଗା ଆରମ୍ଭ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ପରେ ଓଟିଭିର ଜମି ଜବରଦଖଲ ବିରୋଧରେ ଖୋଳତାଡ ଆରମ୍ଭ ହୋଇଛି । ଗତକାଲି ଏହି ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

Comments are closed.