କୋଟିପତି ହିନ୍ଦି ଶିକ୍ଷକ ଭୁବନାନନ୍ଦ ସାହୁ ଗିରଫ

ବ୍ରହ୍ମପୁର- ଭିଜିଲାନସ ଜାଲରେ ଫସିଥିବା କୋଟିପତି ହିନ୍ଦି ଶିକ୍ଷକ ଭୁବନାନନ୍ଦ ସାହୁ ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସଂପତି ଠୁଳ ମାମଲାରେ ଭୁବନାନନନ୍ଦ ସାହୁଙ୍କୁ ଗିରଫ କରିଛି ଭିଜିଲାନସ । ଗତକାଲି ଭୁବନାନନ୍ଦଙ୍କ ୫ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତି ଠାବ କରିଥିଲା ଭିଜିଲାନଓ । ବ୍ରହ୍ମପୁର, ଚିକିଟି, ଭୁବନେଶ୍ୱର, ପୁରୀରେ ଥିବା ଭୁବନାନନ୍ଦଙ୍କ ୧୦ଟି ଠିକଣାରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ ।

ବ୍ରହ୍ମପୁରରେ ଥିବା ତାଙ୍କ ଘର ଓ ଭଡାକୁ ଦେଇଥିବା ଘର, ଦୋକାନ ଘର, ଭୁବନେଶ୍ୱର କଳ୍ପନା ଛକ ଓ ସୁନ୍ଦରପଦାରେ ଥିବା ଘର ଓ ଆପାର୍ଟମେଂଟ, ପୁରୀରେ ଥିବା ଘର ଓ ଚିକିଟିରେ ତାଙ୍କ ସଂପର୍କୀୟଙ୍କ ଦ୍ୱାରା ଚାଲୁଥିବା ଏକ ଘରୋଇ ସ୍କୁଲ୍ ଉପରେ ଗତକାଲି ଭିଜିଲାନ୍ସ ଚଢାଉ କରିଥିଲା । ଭୁବନାନନ୍ଦ ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ବ୍ଲକ୍ ଝଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦି ଶିକ୍ଷକ ଅଛନ୍ତି ।

Comments are closed.